ଭୁବନେଶ୍ବର: ସ୍ବତନ୍ତ୍ର କୋଭିଡ୍ କାର୍ଯ୍ୟକାରୀ ଡ୍ରାଇଭରେ ପ୍ରଥମ ଦିନରେ ଓଡ଼ିଶା ପୁଲିସ୍ ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ ୯୪୦୦ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ ଠାରୁ ମୋଟ୍ ୨୫, ୦୭, ୯୦୦ ହଜାର ଟଙ୍କାର ଜରିମାନା ଆଦାୟ କରିଯାଇଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ୍ କାର୍ଯ୍ୟକାରୀ ପଦକ୍ଷେପକୁ ତୀବ୍ର କରିବା ପାଇଁ ସମଗ୍ର ରାଜ୍ୟରେ ୧୩୬ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିବା ଜଣାଯାଇଛି। କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଡ଼ିଶା ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/25-Lakhs-Fine-Collected-on-Covid-Checking_Thumbnail.jpg)