ସମ୍ବଲପୁର: ସଦର ଥାନା କେନ୍ଘାଟି ଛକରେ ଏକ ମନ୍ଦିର ପ୍ରତିଷ୍ଠା ଦିବସ ଶୁକ୍ରବାର ଥିଲା। ଏହି ପ୍ରତିଷ୍ଠା ଦିବସ ଦେଖିବାକୁ ଯାଉଥିବା ବେଳେ ଜଣେ ୭ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଯୁଯୁମୁରା ଥାନା ମୋହନଡେରାର ବଳଭଦ୍ର ମିର୍ଦ୍ଧାଙ୍କ ବଡ଼ ଝିଅ ଆରୋହୀ ମିର୍ଦ୍ଧା(୭)।
ସେ ତାଙ୍କ ମା’ ଏବଂ ଅଜାଆଇଙ୍କ ସହ ମନ୍ଦିର ପ୍ରତିଷ୍ଠା ଦେଖିବାକୁ ଯାଉଥିଲେ। ଶୁକ୍ରବାର ଦିନ ସାଢ଼େ ୧୧ଟା ପାଖାପାଖି କେନ୍ଘାଟି ଛକ ନିକଟରେ ସେମାନେ ରାସ୍ତା ପାର ହେଉଥିବା ବେଳେ ଏକ ବାଇକ୍ ଦ୍ରୁତ ଗତିରେ ଆସି ଆରୋହୀଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁର୍ଲାରେ ବ୍ୟବଚ୍ଛେଦ ହେବା ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।