ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ୍ ନଂ-୪ରେ କାର୍ଯ୍ୟ କରୁଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘର ସମେତ ଏକକାଳୀନ ଭୁବନେଶ୍ୱର, ଅନୁଗୁଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।
/sambad/media/post_attachments/wp-content/uploads/2022/03/061cd872-9b14-4c49-8b1e-347b84f0572b.jpg)
ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ପଟିଆର ସାଇ ଗାର୍ଡେନ୍ ଆପାର୍ଟମେଣ୍ଟ ଆବାସିକ ଭଡ଼ା ଘର ବ୍ଲକ୍ ନଂ-ବି / ୨୦୨, ଢେଙ୍କାନାଳ ସଦର ଥାନା ତାରିଣୀ ନଗର ପ୍ଲଟ୍ ନଂ -୧୩୦ / ୯୯ରେ ଥିବା ତିନିମହଲା କୋଠା, ପ୍ଲଟ୍ ନଂ -୧୨୬ / ୨୦୦ ଏବଂ ୧୩୦/୯୯ ଉପରେ ନିର୍ମିତ ଏକ ମହଲା ଘର, ଭୁବନେଶ୍ୱରର ରଘୁନାଥପୁରରେ ଅବସ୍ଥିତ ତିନିମହଲା କୋଠା, ଅନୁଗୁଳ ଜିଲ୍ଲାର କାକୁଡ଼ିଠାରେ ଥିବା ପୈତୃକ ଘର ଏବଂ ରାଜଧାନୀର ନିର୍ମାଣ ସୌଧରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି।
ଭିଜିଲାନ୍ସର ସ୍ବତନ୍ତ୍ର କୋର୍ଟଙ୍କ ଆଦେଶ ବଳରେ ଚାଲିଥିବା ଏହି ଚଢ଼ାଉରେ ପାଞ୍ଚଜଣ ଡିଏସପି, ୧୧ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/946a6dd2-0e41-4567-8416-d823efb3d2bf.jpg)