ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଭୁବନେଶ୍ବରର ସ୍ବତନ୍ତ୍ର ଭିଜିଲାନ୍ସ  ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି। ସେ ଆସନ୍ତା ମାସରେ ଅବସର ଗ୍ରହଣ କରିବାର ଥିବାର ସୂଚନା ରହିଛି।

Advertisment

publive-image

ସୂଚନା ଅନୁଯାୟୀ, ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ମହେଶ ପ୍ରସାଦ ପଟ୍ଟନାୟକଙ୍କର ରାୟଗଡ଼ା କସ୍ତୁରୀନଗରରେ ଥିବା ପୈତୃକ ଘର, ବିଶାଖାପଟ୍ଟନମ୍ ଚିନ୍ନାଗଡ଼ିଲିରେ ଥିବା ହିଲ୍ ଭ୍ୟୁ ଫ୍ଲାଟ୍, ଭୁବନେଶ୍ବର ସୁନ୍ଦରପଦା ମାଧିପୁର ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟ୍, ମୟୂରଭଞ୍ଜ ମୂର୍ଗାବାଡି ବାରିପଦାରେ ଏଲଆଇସି କଲୋନିରେ ଥିବା ସରକାରୀ କ୍ୱାର୍ଟର ଓ ବାଲେଶ୍ୱର ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୩ ଜଣ ଡିଏସପି, ୧୨ ଇନସ୍ପେକ୍ଟର, ୨ ସବଇନସ୍ପେକ୍ଟର ଓ ୫ ଏଏସଆଇ ସାମିଲ ଥିବା ଜଣାଯାଇଛି। ଏହି ଚଢ଼ାଉ ସମୟରେ ନିର୍ବାହୀ ଯନ୍ତ୍ରୀ କେତେ ପରିମାଣର ସଂପତ୍ତି ଠୁଳ କରିଛନ୍ତି, ସେନେଇ ଭିଜିଲାନ୍ସର ତଥ୍ୟକୁ ଅପେକ୍ଷା କରାଯାଇଛି।