ପଞ୍ଚମ ଦିନରେ ସମିତି ସଭ୍ୟା ପାର୍ଥୀଙ୍କ ଧାରଣା ପ୍ରତ୍ୟାହାର, କୋର୍ଟର ଆଶ୍ରୟ ନେବ କଂଗ୍ରେସ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ନମିତା ସଗରିଆ ଗତକାଲି ସନ୍ଧ୍ୟାରେ ଧାରଣା ପ୍ରତ୍ୟାହାର କରିନେଇଛନ୍ତି। ସେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗତ ପାଞ୍ଚ ଦିନ ଧରି ଧାରଣରତ ଥିଲେ। ନମିତାଙ୍କ ସ୍ୱାସ୍ଥ୍ୟ ବସ୍ତା ବିଗିଡ଼ିବା କାରଣ ଶୁଣି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଧାରଣା ସ୍ଥଳରେ ପହଞ୍ଚି ନମିତାଙ୍କ ସହ ଆଲୋଚନା କରିଥିଲେ। ଏବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ଅନୁରୋଧ ରକ୍ଷା କରି ନମିତା ଧାରଣା ପ୍ରତ୍ୟାହାର କରି ନେଇଛନ୍ତି । ପ୍ରତ୍ୟାହାର ସମୟରେ ତହସିଲଦାର ପ୍ରଦୀପ କୁମାର କର, ଏ. ଏସପି, ସହକାରୀ ନିର୍ବାହୀ ଯନ୍ତ୍ରୀ ଶାନ୍ତିଲତା ହେମ୍ବ୍ରମଙ୍କ ସମେତ ପୁଲିସ ଟିମ ଉପସ୍ଥିତ ଥିଲେ।

ଏନେଇ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିଜ ସମ୍ମିଳନୀର ଆୟୋଜନ କରି ନିର୍ବାଚନ ଅଧିକାରୀ ଓ ତହସିଲଦାର ଜଣେ ଦଳିତ ଗର୍ଭବତୀ ମହିଳାଙ୍କୁ ଅନ୍ୟାୟ କରି ତାଙ୍କ ଅଧିକାରରୁ ବଂଚିତ କରିଥିବା ଜିଲ୍ଲା ସଭାପତି ଶ୍ରୀ ତ୍ରିପାଠୀ ପ୍ରେସ ବିବୃତି ଏଭଳି ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଜିଲ୍ଲା କଂଗ୍ରେସ ପକ୍ଷରୁ କୋର୍ଟର ଆଶ୍ରୟ ନେଇଁ ନମିତାଙ୍କ ପାଇଁ ଲଡେଇ କରିବା ସହ ତାଙ୍କ ସମସ୍ତ ଖର୍ଚ୍ଚ କଂଗ୍ରେସ ବହନ କରିବ ବୋଲି କୁହାଯାଇଛି। ତହସିଲଦାର ଏବଂ ନିର୍ବାଚନ ଅଧିକାରୀ ବିଜୁ ଜନତା ଦଳର ଚାପରେ ଏଭଳି କାର୍ଯ୍ୟ କରିଛନ୍ତି। ଜାଣିଶୁଣି ଜଣେ ଦଳିତ ମହିଳାଙ୍କ ପ୍ରତି ଅନ୍ୟାୟ କରିଥୁବା କଂଗ୍ରେସ ଅଭିଯୋଗ ଆଣିଛି। ନମିତାଙ୍କୁ ଜାନୁଆରି ୧୮ ତାରିଖରେ ତେନ୍ତୁଳିଖୁଣ୍ଟି ତହସିଲ ପକ୍ଷରୁ ଅନୁସୂଚିତ ଜନଜାତି (ଏସସି) ଜାତିଗତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥୁଲା। ଏହି ଅଧାରରେ ସେ କାମତା ସମିତି ସଭ୍ୟ ପାର୍ଥି ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ କେଉଁ ଆଧାରରେ ତାଙ୍କୁ ନିର୍ବାଚନ ଲୋଡ଼ିବାରୁ ବଂଚିତ କରାଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ଯାଞ୍ଚ ସମୟରେ ଜଣେ ବିଜୁ ଜନତା ଦଳର ପଦାଧିକାରୀ କିଭଳି ଭାବେ ଯାଞ୍ଚ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ନମିତାଙ୍କ ଜାତିଗତ ପ୍ରମାଣ ପତ୍ର ଉପରେ ଅଭିଯୋଗ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ପି. ନାଗାରତ୍ନମ, ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିଆଲ,ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁନୀଲ କୁମାର ସିଂହ,ପ୍ରଦୀପ ସାହୁ, ଦୁର୍ଲଭ କନ୍ଧ ଗୌଡ଼,ଅବଦୁଲ ଫିରୋଜ, ଭୀମସେନ ପାଣିଗ୍ରାହୀ, ଭୁବନ ହିଆଲ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, କାମତା ପଞ୍ଚାୟତର ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବା ବେଳେ ଏହି ପଦବି ପାଇଁ ୫ଜଣ ପାର୍ଥି ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରାର୍ଥୀଙ୍କ ମଧ୍ୟରେ କାମତା ପଞ୍ଚାୟତ କୁସୁମୀ ଗ୍ରାମର ନମିତା ସଗରିଆ ମଧ୍ୟ ଥିଲେ। ନମିତା ହିନ୍ଦୁ ହୋଇଥିବା ବେଳେ ତାଙ୍କୁ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଗତ ଜାନୁଆରି ୧୮ ତାରିଖରେ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଆଧାରରେ ସେ କାମତା ପଞ୍ଚାୟତର ସମିତି ସଭ୍ୟ ପାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। କିନ୍ତୁ ଶନିବାର ଦିନ ହୋଇଥିବା ପ୍ରାର୍ଥିପତ୍ର ଯାଞ୍ଚରେ ନମିତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା। ଏହା ଜାଣିବା ପରେ ନମିତା ନିରାଶ ହୋଇ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତାଙ୍କୁ ସରକାରଙ୍କ ପକ୍ଷରୁ ଅନୁସୂଚିତ ଜାତି ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ କେଉଁ ଆଧାରରେ ତାଙ୍କ ପ୍ରାର୍ଥିପତ୍ର ନାକଚ କରାଗଲା ଏବଂ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାରୁ ବାଦ ଦିଆଗଲା ବୋଲି ନମିତା ପ୍ରଶ୍ନ ଦୀର୍ଘ ପାଞ୍ଚ ଦିନ ଧରି ଧାରଣରତ ଥିଲେ ।

ସମ୍ବନ୍ଧିତ ଖବର