ଶେଷ ଦିନରେ ଷ୍ଟାର ପ୍ରଚାରକରେ ଦୁଲୁକିଲା ଚାନ୍ଦବାଲି

ଚାନ୍ଦବାଲି: ମଙ୍ଗଳବାରଠାରୁ ପ୍ରଚାର ପ୍ରସାର ବନ୍ଦ। ବାଜିବନି ମାଇକ୍ କି ହେବନି ପ୍ରଚାର। ସେଥିପାଇଁ ବିଭିନ୍ନ ଦଳର ରାଲି, ପ୍ରଚାରରେ ଚାନ୍ଦବାଲି ବିଜ୍ଞାପିତ ଅ˚ଚଳ ଆଜି ଉଠୁଛି ପଡୁଛି। ଯୁଆଡେ ଦେଖିବ ପ୍ରଚାର ଗାଡି ଆଉ ରାଲି ସବୁ ରାଜନୈତିକ ଦଳର ବଡବଡ଼ିଆଙ୍କ ଭିଡ ମଧ୍ୟ ଚାନ୍ଦବାଲିରେ। ତେବେ ସବୁଠୁ ଅଧିକ  ଭିଡ ଦେଖିବାକୁ ମିଳିଥିଲା ଆଜି ଶାସକ ବିଜେଡି ଦଳର ସମସ୍ତ କର୍ମୀ, କାଉନସିଲର ପ୍ରାର୍ଥୀ, ଅଧ୍ୟକ୍ଷା ପ୍ରାର୍ଥିନୀ ଶାନ୍ତିଲତା ସେଠୀଙ୍କ ସହ ବିଧାୟକ ବ୍ୟୋମକେଶ ରାୟ ଓ ଷ୍ଟାର ପ୍ରଚାରକ ସୋଫିଆ ଆଲାମ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ।

ସୋମବାର ବିଜେପିର ଅଶ୍ରୁମୋଚନ ମହାନ୍ତିିଙ୍କ  ପରେ ମଙ୍ଗଳବାର  ବିଜେଡିର ଷ୍ଟାର ପ୍ରଚାରକ ସୋଫିଆ ଆଲାମ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳର ପ୍ରଚାର ଦାୟିତ୍ବ ନେଇଥିଲେ। ଅନ୍ୟମାନଙ୍କ ମଧୢରେ  ରଞ୍ଜନ ସାହୁ, ପ୍ରିନ୍ସ ରାକେଶ ନାୟକ, ଅଧ୍ୟକ୍ଷା ପ୍ରାର୍ଥୀନୀ ଶାନ୍ତିିଲତା ସେଠୀ, କାଉନସିଲର ବାସନ୍ତୀ ନାୟକ, ମନୋରଞ୍ଜନ ମହାନ୍ତିି, ରାମ ମହାଳିକ, ଋତୁପର୍ଣ୍ଣା ଦାଶ, ଶାନ୍ତିିଲତା ଦାସ, ସାଦିଆ ସେହରାଜ, ଖଗେଶ୍ବର ବଳ, ଅମ୍ବିକା ପ୍ରସାଦ ବେହେରା, ବୀରକିଶୋର ରାଉତ, ସମରେନ୍ଦ୍ର ସାହୁ, ଅମର ସେଠୀ, ମିଲିପ୍ରଭା ଦାସ, ମୁସ୍ତରୀ ଖାତୁନ, ଲିପିକା ଦାସ, ସବିତା ମହାଳିକ ବହୁ ଦଳୀୟ କର୍ମୀ ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ୱାର୍ଡ ବୁଲି ଭୋଟରମାନଙ୍କୁ ଭେଟି ବିଜେଡିର ବିକାଶର ଧାରା ଚାନ୍ଦବାଲି ବିଜ୍ଞାପିତ ଅ˚ଚଳର ଉନ୍ନତି ସମ୍ପର୍କରେ ବୁଝାଇଥିଲେ। ଚାନ୍ଦବାଲି ବିଜ୍ଞାପିତ ଅ˚ଚଳ ପରିଷଦ ମଧୢରେ ଦେଖା ଦେଇଥିବା କିଛି ସମସ୍ୟା କେବଳ ବିଜେଡି  କ୍ଷମତାକୁ ଆସିଲେ ଏହାର ସମାଧାନ ହୋଇପାରିବ ବୋଲି ବିଧାୟକ ଡ. ବ୍ୟୋମକେଶ ରାୟ ଭୋଟରମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ  ଚାନ୍ଦବାଲି ନିର୍ବାଚନମଣ୍ତଳୀର ପଞ୍ଚାୟତ ନିର୍ବାଚନର ସମର୍ଥନ ପରି ଏନଏସି ନିର୍ବାଚନରେ ବିଜେଡିକୁ ପୂର୍ଣ୍ଣ ସମର୍ଥନ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର