ଦ୍ବିତୀୟ ଦିନରେ ୧୩୩୫୬ଜଣ ପ୍ରାର୍ଥିପତ୍ର ଦାଖଲ କଲେ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଆଜି ଦ୍ବିତୀୟ ଦିନ ହୋଇଥିବା ବେଳେ ମୋଟ୍ ୧୩୩୫୬ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ୧୦୭୩୪ଜଣ ୱାର୍ଡ ମେମ୍ବର, ୧୫୪୬ଜଣ ସରପଞ୍ଚ, ୧୦୩୪ଜଣ ପଞ୍ଚାୟତ ସମିତି, ୪୨ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରଥମ ଦିନରେ ୮୭୭୨ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି ଅଧିକ ୪୫୮୪ଜଣ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ତିନି ଦିନ ଥିବାରୁ ଆଗକୁ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଅପରପକ୍ଷେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ସମର୍ଥିତ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ଶେଷ ତିନି ଦିନରେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଧିକ ଭିଡ଼ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଦୁଇ ଦିନରେ ୱାର୍ଡ ମେମ୍ବର ସଭ୍ୟ ପାଇଁ ମୋଟ୍ ୧୭୮୫୦ଜଣ, ସରପଞ୍ଚ ପାଇଁ ୨୬୬୮ଜଣ, ପଞ୍ଚାୟତ ସମିତି ପାଇଁ ୧୫୪୬ଜଣ, ଜିଲ୍ଲା ପରିଷଦ ସଭ୍ୟ ପାଇଁ ୬୪ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହିପରି ମୋଟ୍ ୨୨,୧୨୮ ଜଣ ଦୁଇ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର