ରାଉରକେଲା: ଦେଶୀ ମଦ କାରବାର ବିରୋଧରେ ଅବକାରୀ ବିଭାଗର ଧରପଗଡ଼ ଜାରି ରହିଛି। ମଙ୍ଗଳବାର ଅବକାରୀ ପୁଲିସ ପକ୍ଷରୁ ବ୍ରାହ୍ମଣୀତରଙ୍ଗ, ରଘୁନାଥପାଲି ,ଛେଣ୍ଡ୍, ସେକ୍ଟର-୭ ଥାନା ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ମଦ ବିକ୍ରିରେ ମାତିଥିବା ତଥା ସ୍କୁଟିରେ ଚୋରାଚାଲାଣ କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ଅଭିଯୁକ୍ତମାନେ ହେଉଛନ୍ତି ସୋନୁ ଠାକୁର, ଏତୱରୀ ପ୍ରଧାନ, ବୈଲୋଚନ ଖାଖା, ବସନ୍ତ ଚାନ୍ଦ ଓ ହେମନ୍ତ ଦାସ। ସେମାନଙ୍କ ପାଖରୁ ୨୪୪ ଲିଟର ବେଆଇନ ଦେଶୀ ମଦ, ୪୩ ଲିଟର ବେଆଇନ ଭାଟି ମଦ, ୮୮୭୦ କେଜି ମହୁଲପୋଚ ସହ ଓଆର-୧୪ଏଲ୍-୦୬୭୯ ନମ୍ବର ଥିବା ଗୋଟିଏ ସ୍କୁଟି ଜବତ ହୋଇଛି।
ତେବେ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ।
ଅଧିକ ପଢ଼ନ୍ତୁ: ହୋମଗାର୍ଡଙ୍କୁ ପ୍ରତାରଣା ଅଭିଯୋଗ: ଆଇଆଇସିଙ୍କ ବିରୋଧରେ ମାମଲା
ଅନ୍ୟ ଏକ ମାମଲାରେ ଗଞ୍ଜେଇ ବିକ୍ରି କରିବାକୁ ଯାଉଥିବାବେଳେ ଜଣେ ଗଞ୍ଜେଇ ବେପାରୀ ଅବକାରୀ ପୁଲିସ ହାତରେ ଧରାପଡ଼ିଯାଇଛି। ଅଭିଯୁକ୍ତ ହେଉଛନ୍ତି ସେକ୍ଟର-୫ ଅଭିରାମପଲ୍ଲି ବସ୍ତିର ହେମନ୍ତ ଦାସ। ଅଭିଯୁକ୍ତଙ୍କ ପାଖରୁ ଅଢ଼େଇ କେଜି ଗଞ୍ଜେଇ ଜବତ ହୋଇଛି।
ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬ଟାରେ ଅଭିଯୁକ୍ତ ହେମନ୍ତ ଏକ ବ୍ୟାଗ୍ରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି କରିବାକୁ ଯାଇଥିଲେ। ଏନେଇ ଅବକାରୀ ପୁଲିସ ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିବାକୁ ଜାଲ ବିଛାଇଥିଲା। ପରେ ଯୋଜନା ମୁତାବକ ଅଭିଯୁକ୍ତକୁ ଆମ୍ବାଗାନ ଛକରେ ପୁଲିସ କାବୁ କରିନେଇଥିଲେ।
ଅଧିକ ପଢ଼ନ୍ତୁ: ସୁଟଆଉଟରେ ନେଦରଲ୍ୟାଣ୍ଡକୁ ପରାସ୍ତ କଲା ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/25/KNDbcCYsrKOfJ4DJfBxP.jpeg)