କଟକ: ବୁଧବାର ସକାଳେ କଟକ ସଦର ପୁଲିସ ଫୁଲନଖରା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଚାଲିଥିବା ଗୋଟାଏ ଭେଜାଲ ଖାଇବା ତେଲ କାରଖାନାରେ ଚଢ଼ାଉ କରି ଜଣକୁ ଗିରଫ କରିଛି। ଏହି କାରଖାନାରେ ‘ରୁଚି ଗୋଲ୍ଡ’ ତେଲର ନକଲରେ ‘ଖୁସୀ ଗୋଲ୍ଡ’ ପ୍ରସ୍ତୁତ ହେଉଥିଲା।
ବିଶେଷସୂତ୍ରରୁ ଖବର ପାଇ ପୁଲିସ ଆଜି ପ୍ରତ୍ୟୁଷରେ ସେ କାରଖାନାରେ ପଶି ପ୍ରାୟ ୩୦, ୦୦୦ ଲିଟର ଭେଜାଲ ଖାଇବା ତେଲ ଜବତ କରିଛି। ଏହି ତେଲ ପଶିଥିବା ଟିଣଗୁଡ଼ିକରେ ବିଭିନ୍ନ କମ୍ପାନିର ଲେବଲ୍ ଲଗାଯାଇଥିଲା। ତେଲ ବ୍ୟତିରେକ, ପୁଲିସ ସେଠାରୁ କେତେଗୁଡ଼ିଏ ତେଲ ତିଆରି ପାତ୍ର, ବିଭିନ୍ନ କମ୍ପାନି ନାମରେ ଛାପା ଯାଇଥିବା ଲେବଲ୍ ଓ ପାଉଚ୍ ଆଦି ଜବତ କରିଛି।
ଏ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଜଗୁ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ଏବଂ ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ଧରିବାକୁ ତଲାସ ଅଭିଯାନ ଆରମ୍ଭ କରିଛି।
ଘଟଣା ସଂକ୍ରାନ୍ତରେ ପୁଲିସ ଅଧିକ ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/edible-oil-unit.jpg)