ଡୁଡୁକା : ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ଝଗଡ଼ା କରିବା ଅଭିଯୋଗରେ ଆଗଲପୁର (ଡୁଡୁକା) ବ୍ଲକ ଆଗଲପୁର ଗାଁର ଟଙ୍କଧର ସେଠ(୩୦)ଙ୍କୁ ପୁଲିସ ଅଟକ ରଖିଛି। ମନ୍ତ୍ରୀ ଶ୍ରୀ ସିଂହ ଲାଉମୁଣ୍ଡା ପଟୁ ଲୋଇସିଂହା ବ୍ଲକ ଉପରବାହାଲରେ ହେବାକୁ ଥିବା କର୍ମୀ ସମ୍ମିଳନୀକୁ ଯାଉଥିଲେ। ଆଗଲପୁରଠାରେ ବିଜେଡି ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମୟରେ ଟଙ୍କଧର ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇଥିଲେ। ଉଭୟଙ୍କ ମଧ୍ୟରେ କଥା କଟାକଟି ହେଉଥିବା ସମୟରେ ମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ଟଙ୍କଧରଙ୍କୁ ଗାଡ଼ିରେ ବସାଇ ଫାଣ୍ଡିକୁ ନେଇଥିଲେ। ସେଠାରେ ଫାଣ୍ଡି ଅଧିକାରୀ ନଥିବାରୁ ବିଜେଡି ନେତାମାନେ ହୋହଲ୍ଲା କରିଥିଲେ। ପରେ ଟଙ୍କଧରଙ୍କୁ ଫାଣ୍ଡିରେ ରଖିଥିଲେ। ପରେ ଫାଣ୍ଡି ଅଧିକାରୀ ଟଙ୍କଧରଙ୍କୁ ନେଇ ଲୋଇସିଂହା ଥାନାରେ ଅଟକ ରଖିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଏତଲା ଦିଆଯାଇ ନାହିଁ।
ମନ୍ତ୍ରୀଙ୍କ ସହ ଝଗଡ଼ା କରି ଜଣେ ଅଟକ
/sambad/media/post_attachments/wp-content/uploads/2021/02/5s456sf4h56fs4564f5fshfhsfhfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)