ଖୋର୍ଦ୍ଧା: ସୀମା ଟପିଲା ବର୍ବରତା, କାମନା ଆଗରେ ବଳି ପଡିଲା ମାନବିକତା | ଖୋର୍ଦ୍ଧା ତାପଙ୍ଗରେ ଆଜି ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଆସିଛି | ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି | ଖୋର୍ଦ୍ଧା ତାପଙ୍ଗ ଛକ ପାଖରେ ଥିବା ଏକ କ୍ରସରରେ ଜଣେ ଯୁବତୀଙ୍କୁ ଜଣେ ଦୃବୁର୍ତ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି |
/sambad/media/post_attachments/wp-content/uploads/2019/07/rape-8-620x400-300x194.jpg)
ମିଳିଥିବା ସୂଚନା ମୁତାବକ ପରିବାର ସହ କ୍ରସରରେ କାମ କରୁଥିଲେ ଯୁବତୀ | ଯୁବତୀଙ୍କ ମା ଘରେ ନଥିବାର ସୁଯୋଗ ନେଇ ସେଠାରେ କାମ କରୁଥିବା କ୍ରସର ଡ୍ରାଇଭର ଦୁଷ୍କର୍ମ ଉଦ୍ୟମ କରିଥିଲା | ତେବେ ଝିଅଟି କଥା କହିପାରୁନଥିବାରୁ ପଡୋଶୀ ଜାଣି ପାରିନଥିଲେ |
ପରେ ଯୁବତୀଙ୍କ ମା ଘରକୁ ଫେରିବା ପରେ ଯୁବତୀ ଜଣକ ତାଙ୍କ ମାଙ୍କୁ ଘଟଣା ବାବଦରେ କହିଥିଲେ | ଏହାପରେ ଯୁବତୀଙ୍କ ମା ଖୋର୍ଦ୍ଧା ଟାଉନ ଥାନାରେ ଏ ନେଇ ଅଭିଯୋଗ କରିଥିଲେ |