ରାଉରକେଲା : ଆଜି ସକାଳେ ପୁଲିସ ବନ୍ଧମୁଣ୍ଡାର ତିନିଟି ବାଣ ଦୋକାନରେ ଚଢ଼ଉ କରିଛି l ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ କରିବା ସହ ବେପାରୀ ବବଲୀ କୁଲୁକୁ ଗିରଫ କରିଛି ପୁଲିସ l ଡିଏସପି ଅସୀମ ପଣ୍ଡାଙ୍କ ନେତୃତ୍ୱରେ ବନ୍ଧମୁଣ୍ଡା ପୁଲିସ ବବଲୀର ଡିଜେଲ କଲୋନି, ଡି ସେକ୍ଟର ମାର୍କେଟ, ତାର ନିଜ ଗାଁ ଡୁମେର୍ତ୍ତାର ତିନିଟି ଗୋଦାମରେ ଚଢ଼ଉ କରିଥିଲେ l
କରୋନା କଟକଣା ପାଇଁ ଦୀପାବଳିରେ ବାଣ ବିକ୍ରି ବନ୍ଦ ଥିବା ବେଳେ ବବଲୀ ନିଜ ଗୋଦାମରେ ବାଣ ଗଚ୍ଛିତ ରଖି ବିକୁଥିଲା l