ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ(ଏସ୍ଏମସି)ର ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତିଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣଙ୍କୁ ପୁଲିସ ଗିରଫ କରିଛି।
ଶୁଭଙ୍କରଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ଅପରାହ୍ଣରେ ଏସ୍ଏମସିର ଏନ୍ଏମଆର୍ ଚାଳକ ଅନିଲ ପୂଜାହାରୀ ତାଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେ କିଛି ବୁଝାବା ଆଗରୁ ଗାଳିଗୁଲଜ କରିଥିଲେ। ଜୀବନରୁ ମାରିଦେବାକୁ ଧମକ ବି ଦେଲେ। ସେ କାର୍ଯ୍ୟାଳରୁ ବାହାରୁଥିବା ବେଳେ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସମ୍ମୁଖରେ ଅନିଲ ତାଙ୍କୁ ଚାପୁଡ଼ା ଓ ଗୋଇଠା ମାରିଥିଲେ। ସେଠାରେ ଉପସ୍ଥିତ ଥିବା କିଛି ମହିଳା କର୍ମଚାରୀଙ୍କୁ ମଧ୍ୟ ସେ ଗାଳିଗୁଲଜ କରିଥିଲେ। ଏ ନେଇ ଶୁଭଙ୍କର କ୍ଷେତରାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ପୁଲିସ ଅନିଲଙ୍କୁ ଶନିବାର ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest-ff.jpg)