ବ୍ୟାସନଗର : ଚାକିରି ଦେବା ନାଁରେ ୧ ଲକ୍ଷ ୩୭ ହଜାର ଟଙ୍କା ଠକେଇ। ଟମକା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିବା ପରେ ଯାଜପୁର ରୋଡ୍‌ ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଟମକା ଥାନା ଅଞ୍ଚଳର ସୁବାସ ପୃଷ୍ଟି। ସେ ଚାକିରି କରାଇ ଦେବାକୁ କହି ଯାଜପୁର ରୋଡ୍‌ର ମୁକ୍ତାରାଣୀ ପୃଷ୍ଟିଙ୍କଠାରୁ ୧ ଲକ୍ଷ ୩୭ ହଜାର ଟଙ୍କା ନେଇଥିଲେ। ଚାକିରି ନପାଇବାରୁ ମୁକ୍ତାରାଣୀ ଟଙ୍କା ଫେରାଇବାକୁ କହିଥିଲେ। ସୁବାସ ଆଉ ଟଙ୍କା ନଫେରାଇ ହଇରାଣ କରିଥିଲା। ଶେଷରେ ମୁକ୍ତାରାଣୀ ଥାନାରେ ଅଭିଯୋଗ କରିଥିଲେ।

Advertisment

ଯାଜପୁର ରୋଡ୍‌ ପୁଲିସ ଘଟଣାର ତଦନ୍ତ କରି ଗତକାଲି ବିଳମ୍ବିତ ରାତିରେ ସୁବାସକୁ ଗିରଫ କରିଛି।  ଯାଜପୁର ରୋଡ୍‌ ପୁଲିସ କେସ ନମ୍ବର ୫୦୧/୨୧ ଦଫା ୪୨୦ରେ ମାମଲା ରୁଜୁ କରିବା ସହ କୋଭିଡ୍‌ ଟେଷ୍ଟ ପରେ ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରିଥିବା ତଦନ୍ତ ଅଧିକାରୀ ଏଏସଆଇ ମନୋଜ କୁମାର ମଲ୍ଲ ସୂଚନା ଦେଇଛନ୍ତି।