ଆନନ୍ଦପୁର : ଝାଡ଼ଖଣ୍ଡ ପୁଲିସ ବୁଧବାର ଦିନ ଆନନ୍ଦପୁର ସହରର ରବୀନ୍ଦ୍ର କୁମାର ପତିଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ରବୀନ୍ଦ୍ରଙ୍କ ନାମରେ ଟଙ୍କା ଠକେଇ ନେଇ ଜାମସେଦପୁର ଥାନାରେ ମାମଲା ରହିଛି। ଏହି ମାମଲାର ୱାରେଣ୍ଟ ବଳରେ ଝାଡ଼ଖଣ୍ଡ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଗିରଫ ପରେ ଝାଡ଼ଖଣ୍ଡ ପୁଲିସ ଅଭିଯୁକ୍ତ ରବୀନ୍ଦ୍ରଙ୍କୁ ଆନନ୍ଦପୁର କୋର୍ଟରେ ହାଜର କରିବା ସହ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ସାଙ୍ଗରେ ଏସ୍କର୍ଟ ନଥିବାରୁ ଅଭିଯୁକ୍ତଙ୍କୁ ଆନନ୍ଦପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଆନନ୍ଦପୁର ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରବୀନ୍ଦ୍ର ଜାମସେଦପୁରର ଜଣେ ବ୍ୟକ୍ତିଙ୍କଠାରୁ ଲୁହାପଥର ପରିବହନ କରାଇ ଦେବାକୁ କହି ୨୦ ଲକ୍ଷ ଟଙ୍କା ଆଣି ଆଉ ଧରାଛୁଆଁ ଦେଉନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/arrest-2.jpg)
