କେନ୍ଦୁଝର : ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ

କେନ୍ଦୁଝର : କେନ୍ଦୁଝର ସଦର ରେଞ୍ଜ ରଘୁନାଥପୁର ସଂରକ୍ଷିତ ଜଙ୍ଗଲର ଧୁଡ଼ୁରିପାଳ ନିକଟରେ ନିଆଁ ଲଗାଉଥିବାବେଳେ ବନ ବିଭାଗ ଯମୁନାପଶି ପଞ୍ଚାୟତ ବିରୁଡ଼ିପଶି ଗ୍ରାମର ନରୋତ୍ତମ ନାୟକ (୩୫)କୁ ଗିରଫ କରିଛି। ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରିବା ସମୟରେ ରଘୁନାଥପୁର ସଂରକ୍ଷିତ ଜଙ୍ଗଲର ଧୁଡ଼ୁରିପାଳ ନିକଟରେ ନରୋତ୍ତମ ଏବଂ ଆଉ କିଛି ‌ଲୋକ ଜଙ୍ଗଲରେ ନିଆଁ ଲଗାଉଥିବା ଦେଖିବାକୁ ପାଇଥିଲେ। ବନ କର୍ମଚାରୀ ନରୋତ୍ତମଙ୍କୁ କାବୁ କରିଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ। ନରୋତ୍ତମକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ସଦର ରେଞ୍ଜର ଅରବିନ୍ଦ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର