ରଣପୁର : ରଣପୁର ଅଞ୍ଚଳରେ ବାଘଛାଲ କାରବାରକୁ ନେଇ ୩ ଦିନ ତଳେ ଏସ୍ଟିଏଫ୍ ଦ୍ବାରା ରଣପୁର ବ୍ଲକ୍ ବନ୍ଧମୁଣ୍ତା ପଞ୍ଚାୟତ ସମିତି ସଭ୍ୟ ଗିରଫ ହୋଇଥିବା ବେଳେ ଆଜି ଉକ୍ତ କାରବାରରେ ଆଉ ଜଣେ ଗିରଫ ହୋଇଥିବା ଜଣାଯାଇଛି। ତେବେ ସମିତି ସଭ୍ୟଙ୍କୁ ମିଶାଇ ୪ ଜଣ ଗିରଫ ହୋଇଥିବା ବେଳେ ବାଘ ଛାଲ କାରବାରର ଗୁମର ଫିଟିବାରେ ଲାଗିଛି। ତେବେ ଉକ୍ତ ବାଘ ଛାଲ କାରବାର ଘଟଣାରେ ଆଉ ଜଣେ ସଂପୃକ୍ତ ଜାମୁଗଣ୍ତ ଗାଁ’ର କରୁଣା ନାୟକ (୩୦) ସୁଦୂର କେରଳରେ ଶ୍ରମିକ ଭାବେ ରହି କାର୍ଯ୍ୟ କରୁଥିବା ବେଳେ ଲକ୍ଡାଉନ୍ ଯୋଗୁ ନିଜ ଘର ଅଭିମୁଖେ ଫେରିଆସିଥିଲା। ତେବେ ସେ ବାଉଁଶଗଡ଼ସ୍ଥିତ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ରଣପୁର ବନ ବିଭାଗ ଦ୍ବାରା ଗଠିତ ସ୍ବତନ୍ତ୍ର ଟିମ୍ ଆଜି ତାକୁ ଗିରଫ କରିଛି।
ରଣପୁରରୁ ବାଘଛାଲ ଜବତ ଘଟଣାରେ ଆଉ ୧ ଗିରଫ
/sambad/media/post_attachments/wp-content/uploads/2019/12/arrest-ff.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)