ରାଉରକେଲା: ବେଆଇନ ଗୋମାଂସ ଚାଲାଣକୁ କେନ୍ଦ୍ର କରି ବଜରଙ୍ଗ କର୍ମୀ ଓ ଚାଲାଣକାରୀଙ୍କ ମଧ୍ୟରେ ମାଡପିଟ୍ ହୋଇଛି। ଉଭୟଙ୍କ ଲିଖିତ ଅଭିଯୋଗରେ ଆଧାରରେ ବ୍ରାହ୍ମଣୀତରଙ୍ଗ ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରିଛି। ବେଆଇନ ଚାଲାଣକାରୀଙ୍କ ନିକଟରୁ ଗୋମାଂସ ସହ ଲୁନା ଜବତ ହୋଇଛି। ପୁଲିସ ଖଇରବନ୍ଧର ଫୁଲେମାନ ଖେସକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଫୁଲେମାନ୍ଙ୍କ ଲିଖିତ ଏତଲା ଆଧାରରେ ବଜରଙ୍ଗ ଦଳର ରୋହିତ, ବିଷ୍ଣୁ, ଶଙ୍କର ସମେତ ୧୦ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ମିଳିଥିବା ସୂଚନା ମୁତାବକ ଆଜି ସକାଳ ପ୍ରାୟ ସାଢ଼େ ୭ଟଶରେ ଫୁଲେମାନ୍ ଜିଆବାହାଲ ଏକ କାରଖାନା ନିକଟରେ ଠିଆ ହୋଇଥିଲା। ବଜରଙ୍ଗଦଳର କର୍ମୀମାନେ ପହଞ୍ଚି ଫୁଲେମାନଙ୍କୁ କାହିଁକି ଗୋମାଂସ ଚାଲାଣ କରୁଛୁ ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥଲା। ବଜରଙ୍ଗ କର୍ମୀଙ୍କ ମାଡରେ ଫୁଲେମାନ୍ ହାତ ଭାଙ୍ଗି ଯାଇଥିବାରୁ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବେଆଇନ ଗୋମାଂସ ଚାଲାଣରୁ ମାଡ୍ପିଟ; ଗୋମାଂସ ଓ ଗାଡି ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2021/08/arrest-new-indian-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)