ବେଆଇନ କଫ୍‌ ସିରଫ ଜବତ, ଜଣେ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼, କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗର ମିଳିତ ଚଢଉରେ ବେଆଇନ କଫ ସିରଫ ଜବତ୍ ହୋଇଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ଼ ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିଶ୍ବନାଥ ପରିଡାଙ୍କ ନେତୃତ୍ବରେ କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ପକ୍ଷରୁ ଧୁମାଭଟା ଗ୍ରାମରେ ଚଢଉ କରିଥିଲେ। ଚଢଉ କରିବା ସମୟରେ ଧୁମାଭଟା ବସଷ୍ଟାଣ୍ଡ ଠାରେ ବେଆଇନ ଭାବେ ଏକ ବସ୍ତାରେ ଏସକଫ୍ ନାମକ କଫ ସିରଫ ଧରିଥିଲା। ସନ୍ଦେହରେ ତାକୁ ତଲାଲିଖିତ କରିଥିଲେ। ବସ୍ତୁକୁ ୪୨ ଗୋଟି କଫ ସିରଫ ଜବତ୍ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଦର୍ଶାଇ ଗ୍ରାମର ଧରଣିଧର ପଧାନ କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ଜଣାପଡିଛି।

ଏଠାରେ ପ୍ରକାଶ ଥାଉ କି, ଧରଣିଧର ୪ ମାସ ପୂର୍ବରୁ ବେଆଇନ କଫ ସିରଫ ବିକ୍ରି କରୁଥିବା ବେଳେ ବା ଚାଲାଣ କରୁଥିବା ବେଳେ ବେଲପଡା ପୁଲିସ ହାତରେ ଧରା ପଡିଥିଲା। କିଛି ଦିନ ହେବ ସେ ଜେଲରୁ ବାହାରି ପୁଣି ସେହି ବେଆଇନ କଫ ସିରଫ ବିକ୍ରି କାରବାର ଆରମ୍ଭ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛି।

ସମ୍ବନ୍ଧିତ ଖବର