ପାରଳାଖେମୁଣ୍ଡି: ଏକ ଚୋରି ଘଟଣାରେ ଆଦର୍ଶ ଥାନା ପୁଲିସ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପାତପାଟନମ୍ ଥାନା ଅଞ୍ଚଳର ତୁଲୁଗୁ ଅର୍ଜୁନୁଡୁକୁ ଗିରଫ କରିଛି। ତା' ନିକଟରୁ ୧ ଲକ୍ଷ ୨୮ ହଜାର ଟଙ୍କା ଉଦ୍ଧାର କରାଯିବା ସହ ଚୋରିରେ ବ୍ୟବହୃତ ବଜାଜ୍ ମାକ୍ସିମା ବାଇକ୍ ଏବଂ ଏକ ଅଟୋକୁ ଜବତ କରା ଯାଇଥିବା ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି।
ଗତ ୧୭ ତାରିଖରେ ପାରଳାଖେମୁଣ୍ଡି ରାମନଗର ଅଞ୍ଚଳରେ ରହୁଥିବା ଏ. ସରୋଜିନୀ ଘରେ ନଥିବା ସମୟରେ ତାଙ୍କ ଘର ତାଲା ଭାଙ୍ଗି ଆଲମିରାରୁ ନଗଦ ଟଙ୍କା ସମେତ ସୁନା ଅଳଙ୍କାର ଅର୍ଜ୍ଜୁନୁଡ଼ୁ ଚୋରାଇ ନେଇଥିଲା। ସରୋଜିନୀ ଏ ବିଷୟରେ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଥାନା କେସ୍ ନଂ-୨୭୯/୨୦ରେ ମାମଲା ରୁଜୁ କରିଥିଲା। ପୁଲିସ ସରୋଜିନୀଙ୍କ ଘର ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ କଲେଜ ଛକରୁ ତୁଲୁଗୁ ଅର୍ଜୁନୁଡୁକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଏହି ମାମଲାକୁ ଏସ୍ଆଇ ବିଶ୍ବଜିତ ଜେନା ତଦନ୍ତ କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/813b2519-13e7-40eb-8af3-b8c5fab7ef9c.jpg)