ଲୁଣ ଅଭାବ ନେଇ ଗୁଜବ ମହଙ୍ଗା ପଡ଼ିଲା, ନବରଙ୍ଗପୁରରେ ଅଭିଯୁକ୍ତ ଗିରଫ

ନବରଙ୍ଗପୁର: ଲୁଣ ଅଭାବ ନେଇ ଗୁଜବ ସୃଷ୍ଟି କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତଗର୍ତ କୁନେ୍ଦଇ ଥାନା ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି । ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ଗୁଜବ ଘଟଣାରେ ଆଉ କେଉମାନେ ସଂପୃକ୍ତ ଅଛନ୍ତି, ସେ ନେଇ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଞ୍ଚଳରେ ଗତ କିଛି ଦିନ ହେବ ଲକଡାଉନ ଯୋଗୁଁ ଲୁଣ ଉତ୍ପାଦନ ହେଉନାହିଁ।ଏଣିକି ବଜାରରେ ଲୁଣ ମିଳିବ ନାହିଁ ବୋଲି ଯୁବକ ଜଣକ ଗୁଜବ ପ୍ରଚାର କରିଥିଲେ ।

ଏହି ଗୁଜବ ପ୍ରଚାର ହେବା ପରେ ବଜାରରେ ଖାଉଟିଙ୍କ ଲୁଣ କିଣିବା ପାଇଁ ଦୋକାନ ଗୁଡିକରେ ଲମ୍ବା ଧାଡି ଲାଗି ରହିଥିଲା। ଏହାର ସୁଯୋଗ ନେଇ କିଛି କଳାବଜାରୀ ମାନେ ଲୁଣର ଅଭାବ ବିକ୍ରୀ ସୃଷ୍ଟି କରିଥିଲେ। ଆଜି ରାଇଘର ଓ ଉମରକୋଟ ଅଞ୍ଚଳରେ ଯୋଗାଣ ବିଭାଗ ଓ ତହସିଲଦାରଙ୍କ ଦ୍ବାରା ବିଭିନ୍ନ ଦୋକାନ ଚଢ଼ାଉ କରାଯାଇଥିଲା। ଉମରକୋଟର ମେଡିକାଲ ନିକଟରେ ଥିବା ବାପି କିରାନା ଷ୍ଟୋର ର ମାଲିକ ଟାଟା ଲୁଣ କେଜି ୨୦ ଟଙ୍କା ବଦଳରେ ୩୦ ଟଙ୍କାରେ ବିକ୍ରୀ କରୁଥିବା ବେଳେ ଯୋଗାଣ ବିଭାଗ, ତହସିଲଦାର ଓ ଉମରକୋଟ ଥାନା ପୁଲିସ ଚଢ଼ାଉ କରି ଉକ୍ତ ଦୋକାନକୁ ସିଲ୍ କରିଛନ୍ତି। ଚଢ଼ା ଦରରେ ଲୁଣ ବିକ୍ରି କରୁଥିବା ଅଭିଯୋଗ ରେ ଉମରକୋଟ ର ଗୋଟିଏ ଦୋକାନ ସିଲ୍ କରାଯାଇଛି ।

ସମ୍ବନ୍ଧିତ ଖବର