ଛଅ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଗିରଫ

ଢେଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ତ୍ବାବଧାନରେ ଜିଲ୍ଲା ଅବକାରୀ ଟିମ ଟାଉନ୍ ଥାନା ଅନ୍ତର୍ଗତ କାଞ୍ଚନବଜାର ଅଞ୍ଚଳରେ ଚଢଉ କରିଥିଲେ। ଚଢଉ ସମୟରେ ଛଅ ଗ୍ରାମ ବ୍ରାଉନ ସୁଗାର୍ ସହିତ ବିକ୍ରି କରି ରଖିଥିବା ୩୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ବ୍ୟକ୍ତି ହେଉଛନ୍ତି ଅନନ୍ତ କୁମାର ସାହୁ ଓରଫ ଅନୁ। ଏନଡିପିଏସ ଅଧିନିୟମ ୨୧(ବି)ଅନୁସାରେ ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ କୋର୍ଟକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି।

ସମ୍ବନ୍ଧିତ ଖବର