କଟକ : 'ୱାନ୍ ବାର୍ ୱାନ୍ ଭୋଟ୍' ନୀତି ଅନୁସାରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ସହିତ ଅନୁବନ୍ଧିତ ସମସ୍ତ ବାର୍ ଆସୋସିଏସନମାନଙ୍କର ନିର୍ବାଚନ ୨୦୧୯, ମାର୍ଚ୍ଚ ୩୦ରେ ଅନୁଷ୍ଠିତ ହେବ। ଏହି ପ୍ରସଂଗରେ ଆଲୋଚନା ପାଇଁ ପରିଷଦ ଅଧ୍ୟକ୍ଷ ଡକ୍ଟର ଟହଲି ଚରଣ ମହାନ୍ତିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୩୦ରେ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ବାର୍ ଆସୋସିଏସନର ନିର୍ବାଚନ ପରିଚାଳନା ସହିତ ଆବଶ୍ୟକ ନିର୍ଦ୍ଦେଶନାମା ପ୍ରଦାନ ଲାଗି କେନ୍ଦ୍ରୀୟ ନିର୍ବାଚନ କମିଟି ସହିତ କେନ୍ଦ୍ରାଞ୍ଚଳ, ପଶ୍ଚିମାଞ୍ଚଳ, ଦକ୍ଷିଣାଞ୍ଚଳ ଓ ପୂର୍ବାଞ୍ଚଳ ଜୋନ୍ କମିଟି ଗଠନ କରାଯାଇଛି। କେନ୍ଦ୍ରୀୟ ନିର୍ବାଚନ କମିଟିର ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର ରହିଥିବା ବେଳେ ସଭ୍ୟ ଭାବେ ଆଇନଜୀବୀ ଚିନ୍ମୟ ମହାନ୍ତି, ବନୋଜ କୁମାର ପଟ୍ଟନାୟକ, ଅଜୟ କୁମାର ବରାଳ, ବିଭୁ ପ୍ରସାଦ ତ୍ରିପାଠୀ, ରମାକାନ୍ତ ସାହୁ, ଅରୁପାନନ୍ଦ ଦାସ, ସୌର ଚନ୍ଦ୍ର ମହାପାତ୍ର ଓ ବିଭୁଧେନ୍ଦ୍ର ମିଶ୍ରଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ରାଞ୍ଚଳ କମିଟିରେ ଆଇନଜୀବୀ ଦେବୀ ପ୍ରସାଦ ଧଳ, ଅମିତ ପଟ୍ଟନାୟକ, ସୀତାଂଶୁ ମୋହନ ଦ୍ବିଦେବୀ, ଅସୀମ ଅମିତାଭ ଦାଶ, ଜ୍ଞାନ ରଞ୍ଜନ ମହାନ୍ତି, ଆତ୍ମା ପ୍ରକାଶ ମହାନ୍ତି, ପଶ୍ଚିମାଞ୍ଚଳ କମିଟିରେ ଦେବଦତ୍ତ ମିଶ୍ର, ବିଜୟ କୁମାର ପୁରୋହିତ, ମାନସ କୁମାର ଚାନ୍ଦ, ଦକ୍ଷିଣାଞ୍ଚଳ କମିଟିରେ ବିଷ୍ଣୁ ପ୍ରସାଦ ପାତ୍ର, ବିଷ୍ଣୁ ପ୍ରସାଦ ମୋହନ, ଦୀପକ ପଟ୍ଟନାୟକ ଏବଂ ଉତ୍ତରାଞ୍ଚଳ କମିଟିରେ ନିରଞ୍ଜନ ପଣ୍ଡା, ପବନ କୁମାର ଶର୍ମା ସଭ୍ୟ ଭାବେ ରହିଥିବା ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।
ୱାନ୍ ବାର୍ ୱାନ୍ ଭୋଟ୍ : ବାର୍ ନିର୍ବାଚନ ତଦାରଖ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କମିଟି ଗଠିତ
/sambad/media/post_attachments/wp-content/uploads/2019/02/bar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)