‘ଗୋଟିଏ ବାର ଗୋଟିଏ ଭୋଟ’ ନିୟମ ପାଳନ ପ୍ରସଂଗ : ଜବାବ ଦାଖଲ ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦ୍ଦେଶ

କଟକ : ‘ଗୋଟିଏ ବାର, ଗୋଟିଏ ଭୋଟ’ ନିୟମ ପାଳନ ପ୍ରସଂଗକୁ ନେଇ ଦାୟର ମାମଲାର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଛି। ମାମଲାରେ ଜବାବ ଦାଖଲ ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ଖଣ୍ଡୀପଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ କଟକ ବାର୍ ଆସୋସିଏସନ ମଧ୍ୟ ପକ୍ଷ ରଖିବ। ମାର୍ଚ୍ଚ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିବା ବେଳେ ତ୍ରିଲୋଚନ ଦାଶ ସହୟତା କରୁଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ବାର କାଉନସିଲ ଅଫ୍ ଇଣ୍ଡିଆ ତରଫରୁ ଅମିତ ପ୍ରସାଦ ବୋଷ ଓ କଟକ ବାର୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର