ଗୋଟିଏ ବାର, ଗୋଟିଏ ଭୋଟ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ‘ଗୋଟିଏ ବାର, ଗୋଟିଏ ଭୋଟ’ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ୱାନ୍ ବାର୍ ୱାନ୍ ଭୋଟ୍ ପ୍ରସଂଗଗରେ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦକୁ ଆଦେଶ ଦେଇଛନ୍ତି। ଆବେଦନକାରୀ ଆଇନଜୀବୀ ଶିବନାରାୟଣ ବିଶ୍ବାଳଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ଆବେଦନକାରୀ ଦର୍ଶାଇଥିଲେ ଯେ ସମସ୍ତ ଆଇନଜୀବୀଙ୍କ ପାଇଁ ଗୋଟିଏ ବାର‌୍‌ ଗୋଟିଏ ଭୋଟ ନିୟମ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ରହିଛି। ଆଇନଜୀବୀଙ୍କ ଗର୍ବ, ଗୌରବ ଓ ସ୍ବାଭିମାନକୁ ସମ୍ମାନ ଦେଇ ଏହି ନିୟମ ଲାଗୁ କରି ରାଜ୍ୟର ସମସ୍ତ ଆଇନଜୀବୀ ସ˚ଘର ଗୋଟିଏ ଦିନରେ ନିର୍ବାଚନ କରାଯିବା ଉଚିତ। ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସମେତ ରାଜ୍ୟର ସମସ୍ତ ସ୍ବୀକୃତିପ୍ରାପ୍ତ ଆଇନଜୀବୀ ସ˚ଘର ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ ବର୍ଷ ଧାର୍ଯ୍ୟ କରାଯାଉ। ଆଇନଜୀବୀ ଲାଇସେନ୍ସ ପାଇ ଓକିଲାତି ପେସାରେ ନଥିବା ବ୍ୟକ୍ତିମାନେ ଏପରି ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୋଟର ହେଉଥିବା ବେଳେ ଏପରି ପ୍ରଥା ବନ୍ଦ୍‌ କରାଯିବା ଉଚିିତ। ଆଇନଜୀବୀ ସ˚ଘ ଗୁଡିକର ନିର୍ବାଚନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସ˚ସ୍କାର ଅଣାଯିବାର ଆବଶ୍ୟକତା ରହିଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାରେ ଶୁଣାଣି କରି ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଥିବା ବେଳେ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖାଯାଇଥିଲା। ସତ୍ୟପାଠରେ ଦର୍ଶାଯାଇଥିଲା ଯେ ୨୦୧୮, ମେ ୧୨ରେ ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇ ସମସ୍ତ ବାର ଆସୋସିଏସନ ନିର୍ବାଚନରେ ଗୋଟିଏ ବାର, ଗୋଟିଏ ଭୋଟ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

ସମ୍ବନ୍ଧିତ ଖବର