ଖାଉଥିବା ସମୟରେ ମାଟି କାନ୍ଥ ଭୁଶୁଡିଲା; ଜଣେ ଶିଶୁ ମୃତ, ଅନ୍ୟ ୨ ଜଣ ଆହତ

ରାଇରଙ୍ଗପୁର/ବାଦାମପାହାଡ଼: ମାଟି କାନ୍ଥ ପଡି ଜଣେ ଶିଶୁ ମୃତ ଓ ଦୁଇ ଶିଶୁ ଆହତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି। ବାଦାମପାହାଡ଼ ଥାନା ବାଦାମଚାଉରାଡିହି ଗ୍ରାମର ଦଲକୀ ସାହିରେ । ସୂଚନା ଅନୁସାରେ ବାଦାମଚାଉରାଡିହି ଗ୍ରାମର ଦଲକୀ ସାହିର ଲାଲ ମୋହନ ଦେହୁରୀଙ୍କ ପୁତ୍ର ଗଣେଶ ଦେହୁରୀ (୩) ତାଙ୍କ ୨ ଭାଇ ଭଉଣୀଙ୍କ ସହିତ ଖାଉଥିବା ସମୟରେ ମାଟି କାନ୍ଥ ପଡ଼ି ଯାଇଥିଲା। ଗୁରୁତର ଗଣେଶଙ୍କୁ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଏନେଇ ବାଦାମପାହାଡ଼ ଥାନାରେ ଏକ ଅପମୃତ ମାମଲା ରୁଜ୍ଜୁ ହୋଇଛି । ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଯାଇଛି । ଅନ୍ୟ ଦୁଇ ଶିଶୁ ବର୍ତ୍ତମାନ ବିପଦ ମୁକ୍ତ ଥିବା ସୂଚନା ମିଳିଛି । ତେବେ ଆଜିର ଏହି ଅଭାବନୀ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର