ସୁସ୍ଥ ହେଲେ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ, ରାଜ୍ୟରେ ୩୯ରେ ପହଁଚିଲା ସୁସ୍ଥଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସି ଖବର।  ଆଜି ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ତାଙ୍କର କୋଭିଡ-୧୯ ରିପୋର୍ଟ ପରୀକ୍ଷା ନେଗେଟିଭ ଆସିଥିବା ନେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି | ଏହି ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି | ଏହା ସହ ଭୁବନେଶ୍ୱରରେ ଏ ପର୍ଯ୍ୟନ୍ତ ୨୭ଜଣ ସୁସ୍ଥ ହୋଇସାରିଥିବା ଜଣାପଡ଼ିଛି |

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ଓଡ଼ିଶାରେ ୮୨ଟି ସକ୍ରିୟ ମାମଲା ରହିଛି | ଆଜି ମଧୁସୂଦନ ନଗରରୁ ଜଣେ ୭୭ବର୍ଷିୟ କରୋନା ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ସକ୍ରିୟ ମାମଲା ସଂଖ୍ୟା ୧୯ରେ ପହଞ୍ଚିଛି |

ସୂଚନା ମୁତାବକ, ଆଜି ରାଜ୍ୟରେ ଆଉ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ୪ଜଣ ପଜିଟିଭ ଝାରସୁଗୁଡା, ଦେବଗଡ, ଭୁବନେଶ୍ୱର ଓ କେନ୍ଦୁଝରର ବୋଲି ଜଣାପଡିଛି | ଏହି ୪ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର