ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ଓଡ଼ିଶାରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫ରେ ପହଁଚିଲା

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ | ତାଙ୍କ ଘର ଭୁବନେଶ୍ୱର ହୋଇଥିବାବେଳେ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ | ତେବେ ଏହି ବ୍ୟକ୍ତି ଜଣକ ବର୍ତ୍ତମାନ ମେଡିକାଲରୁ ଡିସଚାର୍ଜ ହେବେ ନାହିଁ | ତାଙ୍କର ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ସେ ସେଥିରୁ ଆରୋଗ୍ୟ ଲାଭ ପରେ ହିଁ ଡିସଚାର୍ଜ ହେବେ |

ତେବେ କରୋନା ଭୂତାଣୁ କବଳରୁ ସେ ମୁକ୍ତ ହୋଇଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି | ଏହି ଆରୋଗ୍ୟ ବ୍ୟକ୍ତିଙ୍କୁ ମିଶାଇ ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୩୫ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ବର୍ତ୍ତମାନ ୬୭ଟି ଆକ୍ଟିଭ ମାମଲା ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି | ଏଠାରେ ସୂଚନା ଥାଉ କି ଏ ପର୍ଯ୍ୟନ୍ତ ରାଜ୍ୟରେ ସମୁଦାୟ ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର