ଭବାନୀପାଟଣା ସହରବାସୀଙ୍କୁ ଡ଼ରାଉଛି କରୋନା: ୫୮ ବର୍ଷିୟ ପୁରୁଷ କରୋନା ପଜିଟିଭ ଚିହ୍ନଟ, ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଲା

ୱାର୍ଡ ନଂ ୧୦ ଅର୍କାବାହାଲି ପଡା କଣ୍ଟେନମେଣ୍ଟ ଜୋନ ଘୋଷଣା, ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡ ବ୍ୟଥା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ସହରରେ ଜଣେ ୫୮ ବର୍ଷିୟ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସହରବାସୀ ଡରିଯାଇଛନ୍ତି। ଭବାନୀପାଟଣା ସହରର ୱାର୍ଡ ନଂ୧୦ ଅର୍କାବାହାଲି ପଡାକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା ହେବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅର୍କାବାହାଲିପଡାର ଜୈନିକ ୫୮ ବର୍ଷିୟ ବ୍ୟକ୍ତି ଅସୁସ୍ଥସ୍ଥା ହେତୁ ଗତ ଜୁନ ୧୭ ତାରଖ ଦିନ ଚିକିତ୍ସା ପାଇଁ ଭୂବନେଶ୍ୱର ଯାଇଥିଲେ। ସେଠାରେ ସେ ଏକ ଘରୋଇ ହସ୍ପିଟାଲରେ ପରାମର୍ଶ କରି ୨୦ ତାରିଖରେ ଭବାନୀପାଟଣା ଫେରିଥିଲେ। ପରେ ପୁଣି ଜୁନ ୨୧ ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଇଥିଲୋ ସେଠାରୁ ଫେରି ପୁର୍ନବାର ଚିକିତ୍ସା ପାଇଁ ଜୁନ ୨୪ ତାରିଖ ଦିନ ଭୁବନେଶ୍ୱର ଯାଇ ୨୫ ତାରିଖର ଦିନ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ। ଜୁନ ୨୬ ତାରିଖରେ ସ୍ୱାବ ପରୀକ୍ଷା ପାଇଁ ଯାଇଥିଲା। ଆଜି ସ୍ୱାବ ରିପୋର୍ଟ କରୋନା ପଜିଟିଭ ଆସିଥିଲା।

ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ତାହା ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କରୁଥିବା ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ଏହି କରୋନା ଆକ୍ରାନ୍ତ ବ୍ୟକ୍ତି କାହା ସଂସ୍ପର୍ଶରେ ଆସି କୋରନା ଆକ୍ରାନ୍ତ ହେଲେ ତାହା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର ବିଷୟ। ପୂର୍ବରୁ ଜିଲ୍ଲା ରେ ଅଧିକାଂଶ କରୋନା ଆକ୍ରାନ୍ତ ବ୍ୟକ୍ତି ରାଜ୍ୟ ବାହାରରୁ ଆସି ସରକାରୀ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ବ୍ୟକ୍ତି କିମ୍ବା ହୋମ କ୍ୱାରେଣ୍ଟାଇନ୍‌ରେ ରହି ଥିବା କିମ୍ବା ତାର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଆକ୍ରାନ୍ତ ହେଉଥିବା ବେଳେ ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଛନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଜଣଙ୍କୁ ମିଶାଇ କଳାହାଣ୍ଡି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୭୨ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର