ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ହେଉଛି ପାତାଳଗଙ୍ଗା। ଏଠାରେ ଉନ୍ନୟନମୂଳକ କାର୍ଯ୍ୟପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ଅନୁଦାନ ଦେଇଥିଲେ। ଆଜିକୁ ୪ ବର୍ଷ ବିତିଯାଥିଲେ ମଧ୍ୟ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କାର୍ଯ୍ୟ ହେଉନାହିଁ। ଅନୁଦାନ ଟଙ୍କାକୁ ଖର୍ଚ୍ଚ କରାଯାଉନଥିବାରୁ ୧୧ ନଂ ଜିଲ୍ଲାପରିଷଦ ସଭ୍ୟ ଲମ୍ବୋଧର ନିଆଲ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
YouTubeନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଳକ୍ରେ ଅବସ୍ଥିତ ଏହି ପୁରାତନ ଐତିହାସିକ ପର୍ଯ୍ୟଟନ ସ୍ଥଳୀକୁ ରାଜ୍ୟ ସରକାର ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ। ଏହି ସ୍ଥାନର ବିଶେଷ ଆକର୍ଷଣ ହେଲା, ଆପେଆପେ ମାଟିତଳୁ ପାଣି ବାହାରିବା। ଲୋକକଥା ଅନୁଯାଇ, ପ୍ରଭୁ ଶ୍ରୀ ରାମ, ମାତା ସୀତା ଓ ଲକ୍ଷ୍ମଣ ବନବାସ ଯାଇଥିବା ସମୟରେ ମାତା ସୀତାଙ୍କୁ ଶୋଷ ଲାଗିଥିଲା। ଏହି ସମୟରେ ପ୍ରଭୁ ଶ୍ରୀ ରାମ ମାଟିକୁ ତୀର ମାରିବାରୁ ପାଣି ବାହାରିଥିଲା। ପରେ ମାତା ସୀତା ଏଠାରୁ ପାଣି ପିଇଥିଲେ। ସେଦିନ ଠାରୁ ପାଣି ଆଉ ବନ୍ଦ ହେଲାନାହିଁ। ଏହାକୁ ପାତଳଗଙ୍ଗା ଭାବେ ନାମିତ କରାଯାଇଥିଲା। ଏହି ସ୍ଥାନରେ ଜଗନ୍ନାଥ ମନ୍ଦିର ଥିବାରୁ ପ୍ରତିବର୍ଷ ରଥଯାତ୍ର ଏବଂ ବୈଶାଖ ମେଳା ଅନୁଷ୍ଠିତ ହୋଇଥାଏ। ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରତିଦିନ ଶହଶହ ଭକ୍ତଙ୍କ ସମାଗମ ହୋଇଥାଏ।
ଓଡ଼ିଶା ପର୍ଯ୍ୟଟନ ବିଭାଗ ୨୦୧୭ ରେ କୋଟିଏ ଟଙ୍କା ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅନୁଦାନ ଦେଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ଟଙ୍କାକୁ ତୁରନ୍ତ ଖର୍ଚ୍ଚ କରିବାକୁ ଶ୍ରୀ ନିଆଲ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/patal-ganga.jpg)