କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବରସ୍ଥିତ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ କେନ୍ଦୁଝର ଜିଲ୍ଲା ଶିରୀଷପାଳ ଗ୍ରାମର ପୈତୃକ ଘର, ଘସିପୁରା ଥାନା ଅଞ୍ଚଳରେ ଥିବା ସମ୍ପର୍କୀୟଙ୍କ ଘର, କେନ୍ଦୁଝର ଗହ୍ମାରିଆରେ ଥିବା ଘର ସମେତ ଭୁବନେଶ୍ବରର ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି।

Advertisment

ସୂଚନା ଅନୁସାରେ, ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ୱାରେଣ୍ଟ ଜାରି କରିବା ପରେ ୧୦ଜଣ ଡିଏସ୍‌ପି ଏବଂ ୭ଜଣ ଇନ୍‌ସପେକ୍ଟରଙ୍କ ନେତୃତ୍ବରେ ୧୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଭୁବନେଶ୍ବରରେ ଏକ ବହୁତଳ କୋଠା, କେନ୍ଦୁଝରରେ ତିନିଟି କୋଠା, କେନ୍ଦୁଝରର ପ୍ରମୁଖ ସ୍ଥାନରେ ୫ଟି ପ୍ଲଟ୍‌, ନଗଦ କୋଟିଏ ଟଙ୍କା, ୬୫୦ ଗ୍ରାମ ସୁନାଗହଣା, ଗୋଟିଏ ‌କାର୍‌, ଦୁଇଟି ବାଇକ୍‌ ଠାବ କରାଯାଇଛି। ସେହିପରି, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ବୀମା ଏବଂ ଜମାରାଶିର ଯାଞ୍ଚ୍‌ କରାଯାଉଛି। ଶ୍ରୀ ଜେନାଙ୍କ ପୁଅଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଅଛି। ବୀମା ‌ଏଜେନ୍ସିରୁ ପତ୍ନୀଙ୍କ ଆୟ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି।