ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍ ରହୁଥିବାରୁ ସୋମବାର ଦିନ ବିଧାନସଭାକୁ ଖୋଲାଯିବ କି ନା ସେଥିନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି।
ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ପୂର୍ବରୁ ୨ ବିଧାୟକ ଷ୍ଟାଣ୍ଡିଂ କମିଟି ମିଟିଂରେ ଯୋଗ ଦେବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏପଟେ, ଆଜି ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି ।
/sambad/media/post_attachments/wp-content/uploads/2020/06/Assembly.jpg)
ଏଣେ ଆଜି ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ସମଗ୍ର ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Assembly-Shutdown_Thumbnail.jpg)