ଦିନିକିଆ କୋରାପୁଟ ଗସ୍ତରେ କେନ୍ଦ୍ର ଆଦିବାସୀ କଲ୍ୟାଣ ତଥା ଜଳସମ୍ପଦ ମନ୍ତ୍ରୀ

କୋରାପୁଟ:  କେନ୍ଦ୍ର ଆଦିବାସୀ କଲ୍ୟାଣ ତଥା ଜଳସମ୍ପଦ ମନ୍ତ୍ରୀ ଇଂ ବିଶେଶ୍ବର ଟୁଡୁ ଦିନିକିଆ କୋରାପୁଟ ଗସ୍ତରେ ଆସିଛନ୍ତି। ରାୟଗଡା ଦେଇ ସେ ଆଜି କୋରାପୁଟରେ ପହଞ୍ଚିଥିବାବେଳେ କୁନ୍ଦୁରାରେ ରହିଥିବା ମଡେଲ ସ୍କୁଲର ଭିତ୍ତିପ୍ରସ୍ତ ସ୍ଥାପନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରତର ସ୍ବାଧୀନତା ୭୫ ବର୍ଷରେ ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ଜଳ ଶକ୍ତି ବିଭାଗ ପକ୍ଷରୁ ଦେଶର ସମସ୍ତ ଜିଲ୍ଲାରେ ୭୫ଟି ଲେଖାଏଁ ଅମୃତ ସରୋବର ଖୋଳା ହେବ ବୋଲି ସେ କହିଛନ୍ତି।

କୋରାପୁଟ ଜିଲ୍ଲାର ଜଳଭଣ୍ଡାରଗୁଡିକର ଜଳଧାରଣ କ୍ଷମତା ହ୍ରାସ ପାଇଥିବାକୁ ନେଇ କେନ୍ଦ୍ର ଜଳଶକ୍ତି ଅଭିଯାନରେ ସେଗୁଡିକର ପୁନରୁଦ୍ଧାର ସହ ମରାମତି କରାଯିବ ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ତଥା ଜଳସମ୍ପଦ ମନ୍ତ୍ରୀ କହିଛନ୍ତି। ଅପରାହ୍ନରେ ଆଦିବାସୀ ଊନ୍ନୟନ ଜଳ ଜଳ ସମ୍ପଦ ବିଭାଗର ଏକ ଉଚ୍ଚସ୍ତରୀୟ ସମୀକ୍ଷାରେ ସେ ଯୋଗ ଦେଇ ଦାମନଯୋଡି ଯିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର