ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ ବଣିଆପଙ୍କ ଗ୍ରାମରେ ଡେଙ୍ଗୁ ରୋଗ ଥମିବାର ନାଁ ଧରୁନି। ଗ୍ରାମର ୧୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ବିଦ୍ୟାଧର ନାୟକ (୫୫)ଙ୍କର ମୃତ୍ୟୁ ଘଟିଛି। ସେ ତିନି ଦିନ ତଳେ କଟକ ବଡ ଡାକ୍ତରଖାନା ଡେଙ୍ଗୁ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ସେହିପରି ଗ୍ରାମର ପୁନିଆ ନାୟକ (୪୨) ଡେଙ୍ଗୁରେ ଆକ୍ରାନ୍ତ ହୋଇ ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଏହାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ବଣିଆପଙ୍କରେ ଥମୁନି ଡେଙ୍ଗୁ : ଜଣେ ମୃତ; ୧୦ରୁ ଅଧିକ ଆକ୍ରାନ୍ତ
/sambad/media/post_attachments/wp-content/uploads/2017/11/dengue-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)