ବଲେରୋ-ଟ୍ରଲର ଧକ୍କା: ଜଣେ ମୃତ,୧୦ ଆହତ

ସମ୍ବଲପୁର/ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଚାରମାଳରୁ ଯୁଯୁମୁରା ମଧ୍ୟରେ ଥିବା ଏକ ଅଣଓସାରିଆ ବ୍ରିଜ ନିକଟରେ ଗୁରୁବାର ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ଜଣଙ୍କ ଯୁଯୁମୁରା ବ୍ଲକ ଘେନୁପାଲି ଗ୍ରାମର ଅଗସ୍ତି କର୍ଣ୍ଣଙ୍କ ପତ୍ନୀ ତନୁ କର୍ଣ୍ଣ(୩୨) ବୋଲି ଜଣାପଡ଼ିଛି। ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲେରୋ ଡ୍ରାଇଭରଙ୍କ ସମେତ ସମସ୍ତ ୧୦ ଜଣଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଚାରମାଳ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତନୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେ‌ଳେ ଘଟଣାର ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ଘେନୁପାଲିର ୧୦ ଜଣ ତୀର୍ଥଯାତ୍ରୀ ଏକ ବଲେରୋରେ ବ୍ରହ୍ମପୁର କବିସୂର୍ଯ୍ୟ ନଗରସ୍ଥିତ ଭୈରବୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ବୁଧବାର ସେମାନେ ଦର୍ଶନ ସାରି ରାତିରେ ବ୍ରହ୍ମପୁରରୁ ବାହାରିଥିବା ବେଳେ ଭୋର ସାଢ଼େ ୩ଟା ବେଳେ ଚାରମାଳ ଅଣଓସାରିଆ ବ୍ରିଜ ନିକଟରେ ପରିସ୍ରା ପାଇଁ ଗାଡ଼ି ଅଟକାଇଥିଲେ। କିନ୍ତୁ ସେମାନେ ଗାଡ଼ିରୁ ବାହାରିବା ପୂର୍ବରୁ ପଛପଟୁ ଆସୁଥିବା ଏକ ୨୨ ଚକିଆ ଟ୍ରେଲର ସେମାନଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର