ବସ୍‌ ଓଲଟିଲା: ଜଣେ ମୃତ, ୧୨ ଗୁରୁତର

ପାଟଣା : ତୁରୁମୁଙ୍ଗା ଥାନା ଚେମେଣା ଜଙ୍ଗଲ ନିକଟରେ ଆଜି ଅପରାହ୍‌ଣରେ ଏକ ବସ୍‌ ଓଲଟିପଡ଼ିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଆଉ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ଅନୁସାରେ ଆଜି ‘କୌଶଲ୍ୟା’ ବସ୍‌ଟି ବାରିପଦାରୁ ବଡ଼ବିଲ ଅଭିମୁଖେ ବାହାରିଥିଲା। ଅପରାହ୍‌ଣରେ ଚେମେଣା ଜଙ୍ଗଲ ପାଖରେ ଏକ କଣ୍ଟେନର ସାଇଡ୍‌ ମାରିବାରୁ ବସ୍‌ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ବିଲ ଭି‌ତରେ ଓଲଟି ପଡ଼ିଥିଲା। ବସ୍‌ ଭିତରେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଫସିରହିଥିଲେ। ତୁରୁମୁଙ୍ଗା ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ଜଣେ ମହିଳାଙ୍କର ମୃତ୍ୟୁ‌ ହୋଇଥିଲାବେଳେ ତାଙ୍କର ପରିଚୟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର