ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର

ସୋର : ଆଜି ସଂଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୋର ଥାନା ଅଧୀନ ରୂପଖଣ୍ଡ ଗ୍ରାମର ପ୍ରଭାକର ମହାଳିକଙ୍କ ପୁଅ ପୀତାମ୍ବର(୨୭), ଅଭିମନ୍ୟୁ ମହାଳିକଙ୍କ ପୁଅ ତପନ(୨୮) ଓ ମଙ୍ଗରାଜ ମହାପାତ୍ରଙ୍କ ପୁଅ ସମର (୨୮) ଏକ ବାଇକ୍‌ରେ ଅନନ୍ତପୁର ବଜାର ଆଡୁ ଘରକୁ ଯାଉଥିବା ବେଳେ ବାଲିକିତିରଣ ପୋଲ ପାଖରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା। ଏହି ଧକ୍କାରେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ପୀତାମ୍ବରଙ୍କୁୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁଇ ବାଇକ ମଧ୍ୟରେ ଧକ୍କା; ୧ ମୃତ, ୨ ଆହତ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅଧିନ ଜାତୀୟ ରାଜପଥର ଆସାମ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଗତକାଲି ରାତିରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଭଣ୍ଡାରିପୋଖରୀ ବଜାରରେ ଦୋକାନ କରିଥିବା ରଣଜିତ୍‌ ପଞ୍ଚାୟତ ମଞ୍ଜୁରୀ ଅଞ୍ଚଳର ଶରତ ମଳିକ(୩୫) ମୃତ୍ୟୁବରଣ କରିଛନ୍ତି। ଓଆର-୦୧-ଜି-୦୬୫୪ ନଂ ବାଇକ ଯୋଗେ ଶରତ ଘରକୁ ଫେରୁଥିବା ବେଳେ ଆଖୁଆପଦା ପଟୁ ଆସୁଥିବା ଓଆର-୦୫-ଏଟି-୬୫୬୩ ନଂ ବାଇକ ଧକ୍କା ଦେବା ଫଳରେ ଦୁଇ ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ପଠାଇଥିଲା। ସେଠାରେ ଶରତର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଆହତମାନେ ଚିକିତ୍ସିତ ହେଉଥିବା ଜଣାଯାଇଛି। ପୁଲିସ ୨୬୮/୧୭ରେ ମାମଲା ରୁଜୁ କରି ବାଇକ ଦୁଇଟିକୁ ଜବତ କରିଛି।

ସମ୍ବନ୍ଧିତ ଖବର