ଦୁର୍ଘଟଣାରେ ଯୁବକ ମୃତ, ଶଳା ଓ ଭିଣୋଇ ଗୁରୁତର

କରଂଜିଆ ଗୋଲେଇ : କରଂଜିଆରୁ ୩ କିମି ଦୂର ଗୋରାଣ୍ଡିଯୋଡ଼ିରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି କରଂଜିଆ ବ୍ଲକ ଅନ୍ତର୍ଗତ ପିଙ୍ଗୁ ଗ୍ରାମର ସର୍ବେଶ୍ୱର ପାତ୍ର(୩୮)। ତେବେ ବାଙ୍ଗିରିପୋଷି ଥାନା ବେଢ଼ାକୁଦର ଗ୍ରାମର ଭିଣୋଇ ସପନ ମହାନ୍ତ ଓ ଠାକୁରମୁଣ୍ଡା ଥାନା ଘଣ୍ଟିଆଦର ଗ୍ରାମର ଶଳା ରାଧାକାନ୍ତ ମହାନ୍ତ କରଂଜିଆ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବାଇକ୍‌ ଓଡି ୦୨ ଜେ ୨୩୪୩ ଓ ଓଆର୍‌ ୦୯ ପି ୧୪୮୪ ପରସ୍ପର ବିପରୀତ ଦିଗରେ ଆସି ଗୋରାଣ୍ଡିଯୋଡ଼ି ଛକରେ ମୁହାଁମୁହିଁ ହୋଇଥିଲେ। ୩ ଜଣଙ୍କୁ ଉଦ୍ଧାର କରି ଦମକଳ ବାହିନୀ ଆମ୍ବୁଲାନ୍‌ସ ଯୋଗେ କରଂଜିଆ ମେଡିକାଲକୁ ନେଇଥିଲେ। ସେଠାରେ ସର୍ବେଶ୍ୱରଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର