ବାଲିଆପାଳ : ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଅନ୍ତର୍ଗତ କେନ୍ଦୁଆଡ଼ିଆ ଗ୍ରାମରେ ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଥିବା ବେଳେ କଟିସାହି ଗ୍ରାମର ଦୁଇଜଣ ମହିଳା ଆହତ ହୋଇଛନ୍ତି।ଆଜି ଭୋରରୁ ବାଲିଆପାଳରେ ପାଖାପାଖି ଦୁଇଘଣ୍ଟା ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ କେନ୍ଦୁଆଡ଼ିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଗଙ୍ଗାଇ (୪୫) ଗାଁ ପାଖ କେନାଲ୍କୁ ମାଛ ଧରିବାକୁ ଯାଇଥିବା ବେଳେ ସେଠାରେ ସେ ବଜ୍ରାଘାତର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ପୂର୍ଣ୍ଣଚନ୍ଦ୍ରଙ୍କୁ ସଂଗେ ସଂଗେ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଯାଇଛି। ସେହିପରି ବ୍ଲକ୍ ଅଧୀନ ଦେଉଳା ପଞ୍ଚାୟତ କଟିସାହି ଗ୍ରାମର ଦୁଇଜଣ ମହିଳା ବଜ୍ରାଘାତରେ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ; ନନ୍ଦିନୀ ସୋରେନ (୫୦) ଓ ଦୌପଦୀ ସୋରେନ (୨୪)। ବର୍ଷା ସମୟରେ ଉଭୟ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତେବେ ସ୍ଥାନୀୟ ଲୋକେ ନନ୍ଦିନୀ ଓ ଦ୍ରୌପଦୀଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ଜଣାପଡ଼ିଛି।
ବଜ୍ରାଘାତରେ ଜଣେ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2017/09/light1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)