ପଞ୍ଚଗାଁ/କନକତୋରା : ଝାରସୁଗୁଡ଼ା ଜିଲ୍ଲା ରେଂଗାଲି ଥାନା ଏନଏଚ ୪୯ ବାଦିମାଲ ଛକରୁ କିଛି ଦୂରରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପୁଣି ଏକ ଦୁର୍ଘଟଣାରେ ଜଣଙ୍କର ପ୍ରାଣ ଯାଇଛି। ଶୁକ୍ରବାର ସକାଳ ସାଢ଼େ ୧୦ଟା ସମୟରେ କୋଇଲା ପରିବହନ କରୁଥିବା ଏକ ଟ୍ରେଲର (ସିଜି ୦୪ ଏମଏ ୮୪୭୭) ଧକ୍କାରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜ୍ୱଳପୁର ଗାଁର ଆନନ୍ଦ ଅଗ୍ରଓ୍ଵାଲ (୪୦)ଙ୍କ ମୃତ୍ୟୁ ହୋଇଛି। ଜାତୀୟ ରାଜପଥର ବାଦିମାଲ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ପିକଅପ ଭ୍ୟାନରେ ଆନନ୍ଦଙ୍କ ସହ ଆସୁଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଲେ ଉଜ୍ଜ୍ୱଳପୁରର ଅଶୋକ ପଟେଲ (୪୦) ଓ ସର୍ଗିପାଲିର ପପୁ ଅଗ୍ରଓ୍ଵାଲ। ଟ୍ରେଲରଟି ଏନଟିପିସିକୁ କୋଇଲା ନେଇ ଯାଉଥିବା ଜଣାପଡ଼ିଛି। ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ହେଉଥିବା ଯୋଗୁଁ ଯାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ ଯାତାୟାତ କରୁଛନ୍ତି।
ଟ୍ରେଲର ଧକ୍କାରେ ଜଣେ ମୃତ, ୨ ଗୁରୁତର
/sambad/media/post_attachments/wp-content/uploads/2018/02/SBPHO16-kanaktora.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)