ଦୁଇ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ରେଙ୍ଗାଲି ଥାନା ନୂଆଁ ରମ୍ପେଲା ଏବଂ ଗୁରୁପାଲିଠାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ରବିବାର ଦିନ ୧୧ଟା ସମୟରେ ସମ୍ବଲପୁରରୁ ଝାରସୁଗୁଡା ପଟକୁ ଭାଲୁବାହାଲର ହିମାଂଶୁ ନାଏକ (୨୨) ବାଇକ୍‌ (ଓଆର-୧୫ପି-୮୫୦୨ରେ ଯାଉଥିବା ସମୟରେ ରମ୍ପେଲା ନିକଟ ପେଟ୍ରୋଲ ପମ୍ପକୁ ଯାଉଥିବା ଏକ ବଲେରୋ (ଓଡି-୧୫ଆର-୪୬୪୨) ଧକ୍କା ଦେଇଥିଲା। ହିମାଂଶୁଙ୍କ ମୁହଁ ଫାଟି ଗୁରୁତର ଆହତ ହୋଇଥିଲେ।

ସେହିପରି ଝାରସୁଗୁଡାରୁ ସମ୍ବଲପୁର ପଟକୁ ଆସୁଥିବା ବାଇକ୍‌ (ଓଡି-୧୫-ଇ-୬୯୬୭)ରେ ଶାସନ କନ୍‌ଖିଣ୍ଡାର ସନ୍ତୋଷ କରାଲି (୨୦), ସୁଜିତ ପଞ୍ଚବିହା (୨୨) ଗୁରୁପାଲି ରୁସ୍ତମ କବାଡି ସମ୍ମୁଖରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉଭୟଙ୍କୁ ବୁର୍ଲା ମେଡିକାଲ ପଠାଯାଇଥିଲା। ସେଠାରେ ସନ୍ତୋଷ କରାଲିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ରେଂଗାଲି ପୁଲିସ୍‌ ଖବର ପାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର