କାନ୍ଥ ପଡ଼ି ଗୋଟିଏ ପରିବାରର ଜଣେ ମୃତ ଓ ୨ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ହେଲେଇ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଘରର କାନ୍ଥ ପଡ଼ିବା ଫଳରେ ଗୋଟିଏ ପରିବାରର ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ୫ଜଣ ସଦସ୍ୟ ଏକତ୍ର ଶୋଇଥିବା ସମୟରେ ଏଭଳି ଅଘଟଣ ଘଟିଛି । ହେଲେଇ ଗ୍ରାମର ସୁଶୀଳ ହାତୀ ନାମକ ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ,ପୁଅ ଓ ୨ ଝିଅ ଘରେ ଶୋଇଥିଲେ । ସୁଶୀଳ ଓ ତାଙ୍କ ପୁଅ ଘର କାନ୍ଥରୁ ଟିକେ ଛାଡି ଶୋଇଥିଲେ। ଏହାଫଳରେ ସେମାନେ ବଞ୍ଚିଯାଇଛନ୍ତି । କିନ୍ତୁ ସୁଶୀଳଙ୍କ ସ୍ତ୍ରୀ ଓ ସାନ ଝିଅ କାନ୍ଥକୁ ଲାଗିକରି ଖଟିଆରେ ଶୋଇଥିବା ସମୟରେ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା।

ଏହାପରେ ସେମାନଙ୍କୁ ବୌଦ୍ଧ ମେଡିକାଲକୁ ନିଆଯାଇଥିଲା । ବୌଦ୍ଧ ମେଡିକାଲରେ ସାନ ଝିଅଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ସ୍ତ୍ରୀ ପୁଷ୍ପାଞ୍ଜଳି ହାତୀ ଓ ବଡ଼ ଝିଅ ପ୍ରିୟଙ୍କା ହାତୀ ଗୁରୁତର ହେବା ଫଳରେ ବୌଦ୍ଧ ମେଡିକାଲରେ ଚିକିତ୍ସିତ ହେଉଛନ୍ତି

ସମ୍ବନ୍ଧିତ ଖବର