ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ତାସିିଗୁଡ଼ା ଘାଟିରେ ନାଟପାର୍ଟି କଳାକାରମାନଙ୍କୁ ନେଇ ଯାଉଥିବା ଏକ ବଲେରୋ ପିକ୍ଅପ୍ ଭ୍ୟାନ୍ ବୁଧବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୟାରାମ ଭତ୍ରା (୧୬) ନାମକ ଜଣେ କଳାକାରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨୦ରୁ ଅଧିକ କଳାକାର ଆହତ ହୋଇଛନ୍ତି।
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରା ଗାଁର ୨୦ରୁ ଅଧିକ କଳାକାରଙ୍କୁ ନେଇ ଉକ୍ତ ଭ୍ୟାନ୍ଟି ଯାଉଥିଲା। ତାସିଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଦୟାରାମ ଭତ୍ରା, ଅମନ ନାଗ, ରଘୁନାଥ କୁମାର, ଲକ୍ଷ୍ମୀ ଗଣ୍ଡା, ପରମା ବିନ୍ଧାଣି, ବିଦ୍ୟା ଭତ୍ରା, ଯଦୁ ଭତ୍ରା, ଶୁକ୍ଲା ନାଏକ, ଆମ୍ଳାନ ଭତ୍ରା ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦୟାରାମଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୮ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/SBPHO14-KLD-Jatra-Party-Accident-deadbody-of-dayaram-bhatra.jpg-ff.jpg)