ଆଠମଲିକ: ଛାତରେ ବିରି ଶୁଖାଇବା ବେଳେ ତଳେ ପଡ଼ି ଜଣେ ମୃତ

ପାଇକସାହି: ଆଠମଲିକ ବ୍ଳକ ଠାକୁରଗଡ ଥାନା ଜଳେଶ୍ବର ଗ୍ରାମର ବିନୋଦ ଦେହୁରୀ (୪୮) ଛାତରୁ ପଡ଼ି ମୃତ୍ୟୁ ବରଣ କରିଛନ୍ତି । ପୁଲିସ କହିବା ଅନୁଯାୟୀ ବିନୋଦ ଛାତ ଉପରେ ବିରି ଶୁଖାଇବାକୁ ଯାଇ ଥିବା ବେଳେ ତାଙ୍କ ଗୋଡ ଖସିଯିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଠମଲିକ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ବିନୋଦ ମୃତ୍ୟୁ ବରଣ କରିଥିଲେ । ତ‌ାଙ୍କ ଶବକୁ ପୁଲିସ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି  ।

ସମ୍ବନ୍ଧିତ ଖବର