କଂଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ବଡ଼ବାଙ୍କି ଗାଁ ପାଖରେ ଶନିବାର ରାତିରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଛି ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ ଶନିବା ରାତି ୮ଟାରେ ବାଇକ୍‌ (ଓଡି ୨୬ ଇ ୪୩୯୪)ରେ ୨ ଜଣ ମୁରିବାହାଲ ଗାଁକୁ ଯାଉଥିଲେ। ଅନ୍ୟପଟୁ ବାଇକ୍‌ (ଓଡି ୦୩ କେ ୧୨୨୪)ରେ ଅନ୍ୟ ଦୁଇଜଣ ଆସୁଥିଲେ। ଉଭୟ ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ବୀରନ ମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୂର୍ବେ ମାଝୀ, ଧନେ ମାଝୀ ଓ ଯଶୋଦା ମାଝୀ ଗୁରୁତର ଆହତ ହୋଇଥିଲେ। ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ତୁରେକେଲା ପିଏଚ୍‌ସିରେ ପ୍ରାଥମିକ ଚିକିତ୍ସା ପରେ ଆହତମାନଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।