ସଇନ୍ତଳା : ଶୋଇଥିବା ବେ‌ଳେ ଚଢ଼ିଗଲେ ଗୋରୁ ପଲ; ବାଳିକା ମୃତ, ୩ ଆହତ

ସଇନ୍ତଳା : ଗାଁ ଦାଣ୍ଡରେ ଶୋଇଥିବା ଲୋକଙ୍କ ଉପରେ ଗୋରୁ ପଲ ଚଢ଼ିଯିବାରୁ ଜଣେ ୭ ବର୍ଷୀୟ ବାଳିକାର ମୃତ୍ୟୁ ହୋଇଛି। ପରିବାରର ଅନ୍ୟ ୩ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଝିଙ୍କିଡୁଙ୍ଗୁରିରେ ଘଟିଥିବା ଏହି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଝିଙ୍କିଡୁଙ୍ଗୁରି ଗାଁର ଲଳିତା ମହାନନ୍ଦ (୬୦ ବର୍ଷ), ଶାନ୍ତି ବେନିଆଁ (୩୬ ବର୍ଷ), ଛୋଟୁ ବେନିଆଁ (୧୧ ବର୍ଷ) ଓ ବିଦୁସ୍ମିତା ବେନିଆଁ (୭ ବର୍ଷ) ନିଜ ଘର ସାମ୍ନାରେ ଶୁକ୍ରବାର ରାତିରେ ଖଟରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍‌ ଏକ ଗୋରୁ ପଲ ଦୌଡ଼ି ଦୌଡ଼ି ଆସି ସେମାନଙ୍କ ଉପରେ ଚଢ଼ିଯାଇଥିଲେ। ଏଥିରେ ୪ ଜଣ ଯାକ ଆହତ ହୋଇଥିଲେ। ଗ୍ରାମବାସୀ ସେମାନଙ୍କୁ ଚିକିତ୍ସା ପାଇଁ ଟିକ୍ରାପଡ଼ା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ। ବିଦୁସ୍ମିତା ସଂକଟାପନ୍ନ ଥିବାରୁ ତାକୁ କଂଟାବାଂଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଶନିବାର ଡାକ୍ତରଖାନାରେ ବିଦୁସ୍ମିତାର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର