ଟ୍ରକ-ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଆହତ

କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଝାରବେଡାଠାରେ ବିଜୁ ଏକ୍ସପ୍ରେସ୍‌ ରାସ୍ତାଠାରେ ଅପରାହ୍ନ ୫.୩୦ରେ ଏକ ଟ୍ରକ ସହିତ ଟ୍ରାକ୍ଟରର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିବା ସହ ୩ ଜଣ ଆହତ ହୋଇଛନ୍ତି। ଏକ ଇଟା ବୋଝେଇ ଟ୍ରାକ୍ଟର ଓଡି୧୬ଡି୫୮୧୬ ରାଜଗାଙ୍ଗପୁର ପଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଓଡି୧୬ଡି୫୯୪୯ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାକ୍ଟରଟି ଟ୍ରକ ଚକାତଳେ ପଶି ଯାଇଥିଲା। ଏଥିରେ ଟ୍ରାକ୍ଟରର ଚାଳକ ଅନମୋଲ କିଣ୍ଡୋ (୨୬) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଜୁଗାଲ କୁଜୁର (୨୨), କରନ ରୋକଡା (୩୫), ଉଇରୋକେରଙ୍ଗୋ (୨୦) ପ୍ରମୁଖ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କୁ ରାଜଗାଙ୍ଗପୁରଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର