ଟାଟା ଏସି ଓଲଟି ଜଣେ ମୃତ, ୩ ଗୁରୁତର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ଟିକନପୁର ରାସ୍ତାରେ ଆଜି ସକାଳେ ଘଟିଛି ଏକ ଦୁର୍ଘଟଣା। ଏଥିରେ ‌ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ପାଟକୁରା ଥାନା ଅନ୍ତର୍ଗତ ଟିକନପୁର ରାସ୍ତା ଦେଇ ଯାଉଥିବା ଏକ ଟାଟା ଏସି ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ୩ ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର