ପୁରୀ ସ୍ୱର୍ଗଦ୍ବାରରୁ ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ମୃତ, ୩ ଆହତ

ପୁରୀ : ପୁରୀ ସ୍ୱର୍ଗଦ୍ବାରରେ ସଂପର୍କୀୟଙ୍କ ଶବଦାହ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁରୀ ମେରାଇନ୍‌ଡ୍ରାଇଭ୍‌ର ବାଲିଗୁଆଳି ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ରାସ୍ତାରେ ଏକ ମାରୁତି ଗାଡି ସଜଡା ହେଉଥିବା ବେଳେ ଏହାକୁ ପଛରୁ ଏକ ବୋଲେରୋ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗାଡିରେ ଥିବ‌ା ବାଲିପାଟଣା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର