ଦାନଗଦୀ : ଯାଜପୁର କଳିଙ୍ଗନଗରସ୍ଥିତ ଟାଟା ପ୍ଲଟ-୨ ଖେଳପଡ଼ିଆରେ ଆଜି ଫୁଟବଲ୍ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ଜଣେ ଆପ୍ରେଣ୍ଟିସ ଟ୍ରେନିଙ୍କ ମୃତ୍ୟୁ ହୋଇଛି। ଆଉ ୩ ଜଣ ଗୁରୁତର ହୋଇ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତ ଯୁବକଙ୍କ ନାମ ଆଦର୍ଶ କୁମାର (୨୨)। ତାଙ୍କ ଘର ଝାଡ଼ଖଣ୍ଡର ଜାମସେଦପୁର ଅଞ୍ଚଳରେ। ଅନ୍ୟ ଆହତମାନେ ହେଲେ ସାହିଲ କୁମାର ରାମ, ସୁରଜ ସୋରେନ ଓ ପ୍ରବୀଣ। ଏମାନେ ଟାଟା ମେଡିକାରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।